Masthead

ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ । ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା ବିଜେପି । ବିଜେପି ସହ କଂଗ୍ରେସ ମଧ୍ୟ ସ୍ୱର ମିଳାଇଲା । ବିଜେଡି କହିଛି ବିରୋଧୀ ଦଳ ପାଗଳାମି ଓ ବଚଳମି ଛାଡନ୍ତୁ। ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ପ୍ରସଙ୍ଗ । ବିରୋଧୀ ବିଜେପି କହିଛି ନବ ଦାସ ହତ୍ୟାକୁ ଷାଠିଏ ଦିନ ବିତିଲା । ହତ୍ୟାର  ପଛରେ କିଏ ଜଣାପଡ଼ିଲା ନାହିଁ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି । ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଗୋପାଳ ପାଗଳ ନୁହେଁ । କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ ।

ବିଜେଡି ପ୍ରତିକ୍ରିୟାରେ କହିଛି ବିରୋଧୀ ବିଧାନସଭାରେ ପ୍ରତ୍ୟେକ ଦିନ ଏ ପ୍ରସଙ୍ଗ ଉଠାଇଛନ୍ତି। ମୁଲତବୀ ଠାରୁ ଆରମ୍ଭ କରି ଗୃହର ଯେକୌଣସି କାର୍ୟ୍ୟ ହେଉଛି ବୁଲା ପାଗଳ ଭଳି ଗୋଟିଏ କଥା ଉଠାଉଛନ୍ତି। ଯେଉଁମାନେ ପାଗଳ ସେମାନେ ଏ ଭଳି କୁହନ୍ତି। ଗୋପାଳକୁ ପାଗଳ ବନାଇବାକୁ ସରକାର ଚେଷ୍ଠା କରୁଥିବା ବିରୋଧୀ କହିବ ଦୁର୍ଭାଗ୍ୟଜନକ । ବିରୋଧୀ ଦଳ ପାଗଳାମୀ ଓ ବଚଳମୀ ଛାଡନ୍ତୁ।  ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆଜି ମଧ୍ୟ ବିଧାନସଭାରେ ଉଠିଥିଲା ଏହି ପ୍ରସଙ୍ଗ । ତଦନ୍ତ କେବେ ସରିବ ଓ ଅଭିଯୁକ୍ତ କେବେ ଦଣ୍ଡପାଇବ ତାହାକୁ ଅପେକ୍ଷା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଏଲଆଇସି ଅଫିସରେ ଅଗ୍ନିକାଣ୍ଡ 🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ