Masthead

ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ । ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା ବିଜେପି । ବିଜେପି ସହ କଂଗ୍ରେସ ମଧ୍ୟ ସ୍ୱର ମିଳାଇଲା । ବିଜେଡି କହିଛି ବିରୋଧୀ ଦଳ ପାଗଳାମି ଓ ବଚଳମି ଛାଡନ୍ତୁ। ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ପ୍ରସଙ୍ଗ । ବିରୋଧୀ ବିଜେପି କହିଛି ନବ ଦାସ ହତ୍ୟାକୁ ଷାଠିଏ ଦିନ ବିତିଲା । ହତ୍ୟାର  ପଛରେ କିଏ ଜଣାପଡ଼ିଲା ନାହିଁ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି । ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଗୋପାଳ ପାଗଳ ନୁହେଁ । କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ ।

ବିଜେଡି ପ୍ରତିକ୍ରିୟାରେ କହିଛି ବିରୋଧୀ ବିଧାନସଭାରେ ପ୍ରତ୍ୟେକ ଦିନ ଏ ପ୍ରସଙ୍ଗ ଉଠାଇଛନ୍ତି। ମୁଲତବୀ ଠାରୁ ଆରମ୍ଭ କରି ଗୃହର ଯେକୌଣସି କାର୍ୟ୍ୟ ହେଉଛି ବୁଲା ପାଗଳ ଭଳି ଗୋଟିଏ କଥା ଉଠାଉଛନ୍ତି। ଯେଉଁମାନେ ପାଗଳ ସେମାନେ ଏ ଭଳି କୁହନ୍ତି। ଗୋପାଳକୁ ପାଗଳ ବନାଇବାକୁ ସରକାର ଚେଷ୍ଠା କରୁଥିବା ବିରୋଧୀ କହିବ ଦୁର୍ଭାଗ୍ୟଜନକ । ବିରୋଧୀ ଦଳ ପାଗଳାମୀ ଓ ବଚଳମୀ ଛାଡନ୍ତୁ।  ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆଜି ମଧ୍ୟ ବିଧାନସଭାରେ ଉଠିଥିଲା ଏହି ପ୍ରସଙ୍ଗ । ତଦନ୍ତ କେବେ ସରିବ ଓ ଅଭିଯୁକ୍ତ କେବେ ଦଣ୍ଡପାଇବ ତାହାକୁ ଅପେକ୍ଷା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା