Masthead

ଆମେରିକାରେ ହିନ୍ଦୁ ମନ୍ଦିର ସଂଖ୍ୟା ଏକ ହଜାର ଟପିଲାଣି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଆମେରିକାରେ ଦିନକୁ ଦନି ବଢିବାରେ ଲାଗିଛି ହିନ୍ଦୁଙ୍କ ଦବଦବା । ଗତ ୧୫ ବର୍ଷରେ ଆମେରିକାରେ ହିନ୍ଦୁଙ୍କ ସଂଖ୍ୟା ଯାହା ଥିଲା ଏବେ ଦୁଇଗୁଣା ବଢିଛି । ୧୫ ବର୍ଷ ତଳେ ସେଠରେ ୧୧ ଲକ୍ଷ ହିନ୍ଦୁଥିବାବେଳ ଏବେ ଏହି ସଂଖ୍ୟା ୨୨ ଲକ୍ଷରେ ପହଞ୍ଚିଛି । ୨୦୨୫ ସୁଦ୍ଧା ଆମେରିକାରେ ହିନ୍ଦୁ ସଂଖ୍ୟା ୨୮ ଲକ୍ଷରେ ପହଞ୍ଚିବ । ହିନ୍ଦୁ-ଆମେରିକାନ ଫାଛଣ୍ଡେସନ ପକ୍ଷରୁ କୁହାଯାଇଛି ୨୦ ବର୍ଷ ପୂର୍ବେ ଆମେରିକାରେ ୪୩୫ ହିନ୍ଦୁ ମନ୍ଦିର ଥିଲା । ଏବେ ୧ ହଜାରରେ ପହଞ୍ଚିିଲାଣି । ହିନ୍ଦୁଙ୍କ ସଂଖ୍ୟା ବଢୁଥିବାରୁ ମନ୍ଦିର ମଧ୍ୟ ବଢିବାରେ ଲାଗିଛି ।

ଆମେରିକାରେ ହିନ୍ଦୁ ଧର୍ମ ଓ ସଂସ୍କୃତିର ଲୋକପ୍ରିୟତା ବଢି ବଢି ଚାଲିଛି । ୧୯୦୫ରେ ଆମେରିକାରେ ପ୍ରଥମ ହିନ୍ଦୁ ମନ୍ଦିର ନର୍ମାଣ ହୋଇଥିଲା । ୨୦୧୭ ବେଳକୁ ମନ୍ଦିର ସଂଖ୍ୟା ୨୫୦ରେ ପହଞ୍ଚିଥିଲା । ୱାଶିଙ୍ଗଟନ ଡିସିର ରାଜଧାନୀ ମନ୍ଦିର ପୂଜକ ରାମସ୍ନେହ ତ୍ରିପାଠୀ କହିଛନ୍ତି ୫ ବର୍ଷ ମଧ୍ୟରେ ସେମାନଙ୍କ ବିଦ୍ୟାଳୟରେ ହିନ୍ଦୁ ପିଲାଙ୍କ ସଂଖ୍ୟା ୨୦୦ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରତି ସପ୍ତାହରେ ୬୦୦ ନୂଆ ହିନ୍ଦୁ ପିଲା ନାମ ଲେଖାଉଛନ୍ତି ।

ଆମେରିକାରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧୫୦୭ ପ୍ରତିଶତ । ଔପଚାରିକ ପଢା ସହିତ ହିନ୍ଦୁମାନେ ଅଧିକ ଶିକ୍ଷିତ ବିବେଚିତ ହେଉଛନ୍ତି । ଦ୍ୱିତୀୟ ସ୍ଥାନରେ ଇହୁଦି ତୃତୀୟ ସ୍ଥାନରେ ଆମେରିକୀୟ ଅଛନ୍ତି । ଆମେରିକାରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ଲୋକ ମନ୍ଦିରଗୁଡିକୁ ଦାନ କରିଥାନ୍ତି । ମନ୍ଦିରକୁ ଦାନ ଦେବାରେ ହିନ୍ଦୁମାନେ ସବୁଠୁ ଆଗରେ ।ା ପ୍ରତ୍ୟକ ହିନ୍ଦୁ ବର୍ଷକୁ ହାରାହାରି ୧୬ ହଜାର ଟଙ୍କା ଦାନ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ