Masthead

ଲକ୍ଷାଧିକ ଟଙ୍କାର ଭଦଭଦଳିଆ ଚେର ସହ ଗାଡ଼ି ଜବତ, ୩ ଗିରଫ

ପରଜଙ୍ଗ, (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଶିଆରିମାଳିଆ ନିକଟରୁ ୪୫ ବସ୍ତା ମୂଲ୍ୟବାନ ଔଷଧୀୟ ଭଦଭଦଳିଆ ବୃକ୍ଷର ଚେର ସହ ଗାଡ଼ି ଜବତ କରିଛି ବନ ବିଭାଗ। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଥାନା ବାଲିପଦା ଗାଁର ଚଗଲା ରାଉତ, ଆଙ୍କୁଲା ଗ୍ରାମର ପ୍ରେମାନନ୍ଦ ବେହେରା, ସୋଲଗାଡ଼ିଆ ଗାଁର ଜମ୍ବେଶ୍ଵର ପ୍ରଧାନ। ଅଭିଯୁକ୍ତମାନେ ଦୀର୍ଘଦିନ ହେବ ପରଜଙ୍ଗ ଥାନା ଅଁଳାକଟା ଗାଁ ନିକଟ ଜଙ୍ଗଲରୁ ଭଦଭଦଳିଆ ଚେରକୁ ଚୋରା ଚାଲାଣ କରୁଥିଲେ।

ରେଞ୍ଜର ବିଭୁଦାନନ୍ଦ ମିଶ୍ର, ଫରେଷ୍ଟର ଚନ୍ଦ୍ରଶେଖର ବେହେରାଙ୍କ ସମେତ ସମସ୍ତ ବନ କର୍ମଚାରୀ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଚଢ଼ାଉ କରିଥିଲେ। କୋଲକାତାର ବହୁତ ନାମୀଦାମୀ ଫାର୍ମାସ୍ୟୁଟିକାଲ କମ୍ପାନୀ ଏହି ଚେରକୁ ନେଇ ଡାଇବେଟିସ ଓ ଏନିମିଆ ଆଦି ରୋଗର ଉପଚାର ପାଇଁ ମେଡିସିନ ତିଆରିରେ ବ୍ୟବହାର କରୁଛନ୍ତି। ଏହି ଗଛର ଚେର ମୂଲ୍ୟ ଅନ୍ୟ ଗଛ ତୁଳନାରେ ବହୁତ ଅଧିକ। କଟକ ଆଠଗଡ଼ ଅଞ୍ଚଳର ଏକ ଗ୍ୟାଙ୍ଗ ଏଥିରେ ସମ୍ପୃକ୍ତ ରହି ଚୋରା ଚାଲାଣ କରିବାରେ ସକ୍ରିୟ ରହିଥିବା ଜଣାପଡ଼ିଛି। ଗିରଫ ପରେ ଅଭିଯୁକ୍ତମାନଙ୍କୁ କାମାକ୍ଷାନଗର ମେଡିକାଲରେ କୋଭିଡ୍ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ