କୃନାଲଙ୍କୁ ହରାଇଲେ ହାର୍ଦ୍ଦିକ, ୫୬ ରନରେ ଗୁଜରାଟର ବଡ଼ ବିଜୟ

ଅହମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ରବିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ୫୬ ରନରେ ପରାସ୍ତ କରିଛି । ୧୧ ମ୍ୟାଚରୁ ଅଷ୍ଟମ ବିଜୟ ସହ ୧୬ ପଏଣ୍ଟରେ ପହଞ୍ଚିଛି ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ୨୦ ଓଭରରେ ୨ ୱିକେଟରେ ୨୨୭ ରନ କରିଥିବା ବେଳେ ଲକ୍ଷ୍ନୌ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନରେ ସୀମିତ ହୋଇଯାଇଥିଲା ।

ଏଲଏସଜି ପକ୍ଷରୁ କାୟଲ ମାୟରର୍ସ ୪୮ ରନ କରିଥିବାବେଳେ କ୍ୱିଟୋନ ଡି କକ ୭୦ ରନ, ଦୀପକ ହୁଡା ୧୧ ରନ, ଆୟୁଷ ବାଦୋନି ୨୧ ରନ କରିଥିଲେ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଜିଟି ବ୍ୟାଟିଂ ଆରମ୍ଭ କରିଥିଲା। ଜିଟି ଧାର୍ୟ୍ୟ ୨୦ ଓଭରରେ ୨ ୱିକେଟ ହରାଇ ୨୨୭ ରନ କରିଥିଲା। ଫଳରେ ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ ରହିଥିଲା। ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୮୧ ରନ କରିଥିବାବେଳେ ଶୁଭମାନ ଗିଲ ୯୪ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ, ଡେଭିଡ ମିଲର ୨୧ ରନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!