Masthead

ବାଖମୁଟ ଦଖଲ କଲା ରୁଷ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନର ବାଖମୁଟ ସହରକୁ ରୁଷ ଦଖଲ କରିଛି । ଯାହାକୁ ନେଇ ରୁଷୀୟ ଘରୋଇ ସେନା ‘ୱାଗ୍ନର୍ ଗ୍ରୁପ୍’ର ମୁଖ୍ୟ କହିଛନ୍ତି । ଲଢ଼େଇ ଚାଲିଛି କହି କିବ୍ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଛି। ‘ଟେଲିଗ୍ରାମ୍’ରେ ପୋଷ୍ଟ୍ ହୋଇଥିବା ଏବଂ ‘ସିଏନ୍ଏନ୍’ ଦ୍ବାରା ଅନୁବାଦିତ ହୋଇଥିବା ଏକ ଭିଡିଓରେ ‘ୱାଗ୍ନର୍ ଗ୍ରୁପ୍’ର ସଂସ୍ଥାପକ ୟେଭ୍ଗେନି ପ୍ରିଗୋଝିନ୍ କହିଛନ୍ତି ଯେ, ବାକ୍ମୁଟ୍କୁ ଅଧିକାର କରିବା ଅଭିଯାନ ୨୨୪ ଦିନ ଧରି ଚାଲିଥିଲା।

ସେ କହିଛନ୍ତି ଗତକାଲି ୧୨ଟା ବେଳେ ବାକ୍ମୁଟକୁ ସମ୍ପୂର୍ଣ୍ଣ ଦଖଲ କରାଯାଇଛି। କିନ୍ତୁ, ସହରର ସାମ୍ପ୍ରତିକ ପରିସ୍ଥିତି ଜଟିଳ ବୋଲି ୟୁକ୍ରେନୀୟ ଉପ-ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲିଆର୍ କହିଛନ୍ତି। ସେପଟେ, ‘ଜି-୭’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଜାପାନରେ ଥିବାରୁ ସର୍ବସାଧାରଣରେ ବାକ୍ମୁଟ୍ ନଗରୀ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି