Masthead

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ: ରାଘବ ଚଡ୍ଡା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):   ମଣିପୁର ହିଂସା ଥମିବାରେ ନା ନେଉନାହିଁ । ମଣିପୁର ବର୍ବରତାକୁ ନେଇ ପାର୍ଲାମେଣ୍ଟ ବାହାରେ ଓ ଭିତରେ ସରକାର ତଥା ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି। ବିରୋଧୀଦଳ ନେତାମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ମଣିପୁର ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରାଘବ କହିଛନ୍ତି ଯେ ମଣିପୁରରେ ଘଟିଥିବା ଘଟଣା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି।

ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ‘ମନ କି ବାତ’ବଦଳରେ ମଣିପୁର ବିଷୟରେ କଥା ହେବା ଉଚିତ୍। ସେ କହିଛନ୍ତି ସଂସଦରେ ସରକାର ଏହି ପ୍ରସଙ୍ଗରେ ବିତର୍କ କରିବା ଉଚିତ୍। ମଣିପୁର ଉପରେ ହୋଇଥିବା ଆଲୋଚନାକୁ ନେଇ ବିଶ୍ୱର ସମସ୍ତ ସଂସଦୀୟ ସଦସ୍ୟ ଗମ୍ଭୀର। ଭାରତ ସଂସଦରେ ଏହା କାହିଁକି ଆଲୋଚନା କରାଯାଉ ନାହିଁ? ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଜୋରାମରେ ହିଂସା ଘଟଣା ମଧ୍ୟ ଘଟୁଛି। ସଂସଦ ଚଳାଇବା ସରକାରଙ୍କ ଦାୟିତ୍ ଅଟେ। ଖାଲି ସେତିକି ନୁହେଁ ରାଘବ ରାଷ୍ଟ୍ରପତିଙ୍କ ଶାସନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ