Masthead

ଚାକିରି ନାଁ ରେ ୧୩ ଲକ୍ଷ ଟଙ୍କା ଠକେଇ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଚାକିରି ନାଁ ରେ ବଡ଼ ଧରଣର ଠକେଇ । ଗ୍ରାଜୁଏଟ୍ ଲେବେଲ୍ ମିଳିତ ପରୀକ୍ଷା – ୨୦୨୨ ସ୍ତରରେ ଚାକିରୀ କରାଇଦେବା ପାଇଁ କହି ଯୁବକଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏ ସଂକ୍ରାନ୍ତରେ ଭଂଜନଗର ଠାରେ ରହୁଥିବା, ଜି.ଉଦୟଗିରି JMFC ରେ କାର୍ଯ୍ୟରତ ଜୁନିଅର କ୍ଳର୍କ ଅବିନାଶ ଆଚାର୍ଯ୍ୟ ଏବଂ ତାଙ୍କର ଜଣେ ସହଯୋଗି ଶୁଭମ୍ କୁମାର ପ୍ରଧାନଙ୍କୁ ଗିରଫ କରିଛି ଭଂଜନଗର ପୋଲିସ ।

ତାଙ୍କ ଠାରୁ ୧୫ ହଜାର ଟଙ୍କା, ଏଟିଏମ୍ କାର୍ଡ ଓ ମୋବାଇଲ ଏବଂ ବିଭିନ୍ନ କାଗଜପତ୍ର ଜବତ ହୋଇଛି । ଗତ ୨୩ ତାରିଖରେ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି । ତାଙ୍କ ପୁଅ ଶୁଭାଶିଷ ଜେନା ଗ୍ରାଜୁଏଟ୍ ଲେବେଲ୍ ମିଳିତ ପରୀକ୍ଷା – ୨୦୨୨ ସ୍ତରରେ ଚାକିରୀ କରାଇଦେବା ପାଇଁ ଭଂଜନଗର ଲଣ୍ଢେଇସାହି ରେ ରହୁଥିବା ଅବିନାଶ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କା ଚୁକ୍ତି କରିଥିଲେ । ଏ ବାବଦରେ ଅଭିଯୋଗକାରୀଙ୍କ ଠାରୁ ୧୩ ଲକ୍ଷ ଟଙ୍କା ନେଇଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଚାକିରି ନହେବାରୁ, ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ, ଧରାଛୁଆଁ ଦେଇ ନଥିଲେ ଅବିନାଶ । ଏନେଇ ଭଂଜନଗର ଥାନା ରେ ଲିଖିତ ଅଭିଯୋଗ କରିଥିଲେ କୃଷ୍ଣଚନ୍ଦ୍ର । ଘଟଣା ପରେ ଅବିନାଶ, ଗୋଆ ଫେରାର ହୋଇଯାଇଥିବା ବେଳେ, କୌଣସି ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା ସେ ଭୁବନେଶ୍ୱର ଆସିଛି । ଭୁବନେଶ୍ୱରରୁ ଅଭିଯୁକ୍ତ ଅବିନାଶକୁ ଗିରଫ କରାଯାଇଥିବା ଭଂଜନଗର ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ