ବାଇକ୍ ଚୋରି ରାକେଟ୍ ଠାବ, ୩ ଗିରଫ

ମୁରିବାହାଲ (ବଡ଼ ଖବର ବ୍ୟୁରୋ): ବାଇକ୍ ଚୋରି ରାକେଟ୍ ଠାବ କରିବାରେ କଣ୍ଟାବାଞ୍ଜି ପୋଲିସକୁ ମିଳିଛି ବଡ ସଫଳତା । ୭ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନସ୍ଥ ରେଙ୍ଗାଲି ଗାଁର କୁଞ୍ଜବିହାରୀ ଜାଲ ତାଙ୍କର ହିରୋ ଗ୍ଲେମର ମୋଟର ସାଇକେଲ ଚୋରି ହୋଇଥିବାର ଗତ ୬ ସେପ୍ଟେମ୍ବର ଦିନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ତଦନ୍ତକରି ତୁରେକେଲା ଥାନା ରାମୁଡ ଗାଁର ଶିବ ପଧାନଙ୍କଠାରୁ ୪ମୋଟର ସାଇକେଲ, କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁର ପ୍ରଭାତ ବେହେରାଙ୍କଠାରୁ ୨ବାଇକ ଓ ହୀରାରାଲ ପୁଟେଲଙ୍କ ଠାରୁ ୧ ମୋଟର ସାଇକେଲ ଜବତ କରିଛି ପୋଲିସ । କିଛି ଦିନ ତଳେ ଏକ ବଡ ମୋଟର ସାଇକେଲ ଚୋରା ଗ୍ୟାଙ୍ଗକୁ ଠାବ କରିଥିବା ବେଳେ ଆଜି ପୁଣି ଥରେ ସାତଟି ମୋଟର ସାଇକେଲ ଜବତ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ । ମୋଟର ସାଇକେଲ ଗୁଡିକ ତୁରେକେଲା , ବେଲପଡା ଓ ମୁରିବାହାଲ ଥାନା ଅଞ୍ଚଳରୁ ଥିବା ମଧ୍ୟ ଜଣାପଡିଛି । ଆହୁରି ଏ ବିଷୟରେ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!