Masthead

ଏକାଠି ହେଲେ ସୌମ୍ୟ ଓ ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୌମ୍ୟଙ୍କ ସହ ସ୍ୱର ମିଳାଇଛନ୍ତି ଅପରାଜିତା । ପୁଣି ଗୋଟିଏ ମଞ୍ଚରେ । ଗୋଟିଏ ମଞ୍ଚରେ ଦୁହେଁ ଏକାଠି ହୋଇ ସଚିବଙ୍କୁ କରିଛନ୍ତି ଟାର୍ଗେଟ । ଏକାଠି ହେଲେ ସୌମ୍ୟ ପଟ୍ଟନାୟକ ଓ ଅପରାଜିତା ଷଡ଼ଙ୍ଗୀ । ଗୋଟିଏ ମଞ୍ଚରେ ବସିଲେ, ରାଜ୍ୟ ଶାସନ ଶୈଳୀ ଉପରେ ପ୍ରଶ୍ନ ଉଠାଇଲେ । ଗଲା କିଛିଦିନ ଧରି ଚର୍ଚ୍ଚାରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖଣ୍ଡପଦା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅପରାଜିତା ବିଜେପି ପାର୍ଟିର, ସୌମ୍ୟ ବିଜୁ ଜନତା ଦଳର । କିନ୍ତୁ ଉଭୟ ଗୋଟିଏ କଥାରେ ସହମତ, ଗୋଟିଏ କଥାକୁ ନେଇ ଚର୍ଚ୍ଚିଚ ।

ସେ ପ୍ରସଙ୍ଗ ହେଉଛି ସଚିବଙ୍କ ରାଜନୀତି ପ୍ରସଙ୍ଗ । ସେ ପ୍ରସଙ୍ଗ ହେଉଛି ସରକାର ଚାଲୁଥିବା ଶୈଳୀକୁ ନେଇ । ସଚିବଙ୍କ ରାଜନୀତି କରୁଥିବା ଅଭିଯୋଗକୁ ନେଇ । ସଚିବଙ୍କୁ ଅପରାଜିତା ଘେରୁଥିବା ବେଳେ ତାଙ୍କ ସହ ସହମତ ହୋଇ ସଂପାଦିକୀୟ ଲେଖିଛନ୍ତି ସୌମ୍ୟ ରଞ୍ଜନ । ସୌମ୍ୟ ଯେତେବେଳେ ସଚିବଙ୍କୁ ଘେରିଛନ୍ତି, ତାଙ୍କ ସହ ସହମତ ହୋଇ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ଉଭୟ ମିଶି ସଚିବଙ୍କୁ ଅଡୁଆରେ ପକାଇଛନ୍ତି । ଏପଟେ ସୌମ୍ୟଙ୍କୁ ନେଇ ବିଜୁ ଜନତା ଦଳରେ ଝଡ଼ ବୋହୁଛି । ସୌମ୍ୟ ଏସବୁ ପ୍ରସଙ୍ଗ ଉଠାଇବା ପରେ ସେ ଦଳରୁ ଇସ୍ତାଫା ଦିଅନ୍ତୁ ବୋଲି ଚର୍ଚ୍ଚା ବଢିବାରେ ଲାଗିଛି । ଏସବୁ ଭିତରେ ସୋମବାର ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ହୋଇଥିଲା ଦୁର୍ନୀତି ସଂଘର୍ଷ ମଞ୍ଚପକ୍ଷରୁ ଏକ ଆଲୋଚନା ଚକ୍ର ।

ବିଷୟ ଥିଲା ସମାନ ନାଗରିକ ସଂହିତା । କାର୍ଯ୍ୟକ୍ରମରେ ଅତିଥି ଥିଲେ ଗୋଟିଏ ମଞ୍ଚରେ ବସିଥିଲେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଅପରାଜିତା ସଢଙ୍ଗୀ । ଏ କାର୍ଯ୍ୟକ୍ରମ ଆୟୋଜକ ଭାବେ ଜଗବନ୍ଧୁ ଷଢଙ୍ଗୀ, ସୁଧୀର ମହାନ୍ତି ମଧ୍ୟ ମଞ୍ଚ ଉପରେ ବସିଥିଲେ । ଉଲ୍ଲେଖ କରିବାକୁ ଚାହିଁବୁ ଜଗବନ୍ଧୁ ଷଡ଼ଙ୍ଗୀ ହେଉଛନ୍ତି ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭାପତି ତଥା ପୂର୍ବଚନ ପ୍ରଶାସକ ଓ ଅପରାଜିତାଙ୍କ ଶ୍ୱଶୁର ମଧ୍ୟ । ଏହି କାର୍ଯ୍ୟକ୍ରମରେ ଏକକ ନାଗରିକ ସଂହିତା ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ରାଜନୀତିରେ ଚାଲିଥିବା ଘଟଣାକ୍ରମ କଥା ବୁଲେଇ ବଙ୍କେଇ ମଧ୍ୟ ଉଠିଥିଲା ।

ଏକଥା ସୌମ୍ୟ ପଟ୍ଟନାୟକ ଉଠାଇଥିଲେ, ଅପରାଜିତା ବି ଉଠାଇଥିଲେ । ସୌମ୍ୟ ଅପରାଜିତା ଗୋଟିଏ ମଞ୍ଚରେ ଏକାଠିହେବା ନିଶ୍ଚୟ ରାଜ୍ୟ ରାଜନୀତି ପାଇଁ ଚର୍ଚ୍ଚିତ ପ୍ରସଙ୍ଗ । ଉଭୟ ଗୋଟିଏ ମଞ୍ଚରେ ବସିବା କିଛି ଅସୁବିଧା ନାହିଁ । ଉଭୟ ଅନେକ ଥର ଅନେକ ମଞ୍ଚରେ ଏକାଠି ମଧ୍ୟ ବସିଥିବେ । ସୌମ୍ୟ ପଟ୍ଟନାୟ ମଧ୍ୟ ଭୁବନେଶ୍ୱର ବିଭିନ୍ନ ସଭା ସମିତିକୁ ଯାଆନ୍ତି । ଅପରାଜିତା ମଧ୍ୟ ଭୁବନନେଶ୍ୱର ସାଂସଦ । ଦୁହେଁ ଗୋଟିଏ ମଞ୍ଚରେ ଏକାଠିହେବା କିଛି ନୁଆଁ କଥା ନୁହେଁ । ସେମାନେ ଠିକ ଏତିକି ବେଲେ ଏକାଠି ହୋଇଛନ୍ତି, ଯେତିକି ବେଳେ ଉଭୟ ମିଶି ସଚିବଙ୍କୁ ଟାର୍ଗେଟ କରୁଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର