Masthead

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଚୁଲିରେ ନିଆଁ ଲାଗି ପୋଡି ହୋଇଗଲା ୬ ବର୍ଷର କଅଁଳା ଛୁଆ । ଜଳିଗଲା ଶରୀରର ୪୦% ଭାଗ । ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ । ହେଲେ ହୋଇପାରୁନି ଚିକିତ୍ସା । କାରଣ ଅର୍ଥ ସାଜିଛି ବାଧକ । । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ମୁଣ୍ଡକାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।ଯନ୍ତ୍ରଣା ରେ ଛଟପଟ ହେଉଛି କୁନି ଝିଅ । କୁନି ଝିଅ ର କାନ୍ଦ ରେ ଫାଟି ପଡୁଛି ପୁରା ପରିବେଶ । କଣ କରିବେ ବୁଝିପାରୁନାହାନ୍ତି ଅସହାୟ ବାପା ମା । ସେମାନେ ବି ନିଜ କୋହ କୁ ହୃଦୟ ରେ ଚାପି ଧରି ଭଗବାନ ଭରସାରେ ରହିଯାଇଛନ୍ତି । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ମୁଣ୍ଡକାଗୁଡା ଗ୍ରାମର ।

ଗ୍ରାମର ନବିନା ମୁଦୁଲି, ବୟସ ୬ ବର୍ଷ । ଗତ ଗଣେଶ ପୂଜା ଦିନ ଘରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ରୋଷେଇଘର ଚୁଲିର ନିଆଁ ରେ ହଠାତ କୁନି ଝିଅ ଦେହ ରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ପରିବାର ଲୋକେ ଝରିଗାଁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଉଦ୍ବେଗ ଥିବାରୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଥିଲେ।

କିନ୍ତୁ ସେଠାରେ କୋରାପୁଟ ମେଡିକାଲ କଲେଜ କୁ ତୁରନ୍ତ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ହେଲେ କୁନି ଝିଅ ର ବାପା ଜଣେ ନିହାତି ଗରିବ ହୋଇ ଥିବାରୁ ଆର୍ଥିକ ଅବସ୍ଥା ଏତେଟା ଭଲ ନାହିଁ ତେଣୁ ଶିଶୁ ଟିକୁ ଗାଁ କୁ ନେଇ ଆସିଥିଲେ।
ତେବେ ନବିନାଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ଗୁରୁତର ହେବାରୁ ପୁଣି ଝାରିଗାଁ ହସ୍ପିଟାଲ୍ କୁ ନେଇଥିଲେ। ସେଠାରୁ ପୁଣି ଉମରକଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ବାରଣ୍ଡାରେ ଶିଶୁ କୁ ରଖି ମା,ବାପା କାନ୍ଦୁ ଥିଲେ। ଏହାକୁ ଦେଖି ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯିବାରେ ସହଯୋଗ କରିଥିଲେ ଡାକ୍ତର । ବର୍ତମାନ ଶିଶୁ ଟି ଉମରକୋଟ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ର ର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସଂତୋଷ ପଣ୍ଡା ଝିଅ ଟି ର ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ଡକ୍ଟର ପଣ୍ଡା କହିଛନ୍ତି ଝିଅ ଟି ର ଶରୀର ୩୦ ରୁ ୪୦ ପ୍ରତିଶତ ପୋଡ଼ି ଯାଇଛି, ପ୍ରଥମେ ପ୍ରାରମ୍ଭିକ ଚିକିତ୍ସା ପରେ ବାହାର କୁ ପଠାଇବା ପାଈଁ ଚିନ୍ତା କରିବି ବୋଲି କହିଛନ୍ତି।ଅପରପକ୍ଷରେ ତୁରନ୍ତ ଜିଲା ପ୍ରଶାସନ କୁନି ଝିଅ ର ଚିକିତ୍ସା ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା