Masthead

ଗୁଡ଼ି ଉଡ଼ାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁଡ଼ି ଉଡାଇବାକୁ ନେଇ ଓଡ଼ିଶା ପୋଲିସର ସତର୍କ ସୂଚନା । ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ । ଗୁଡି ଉଡ଼ାଇବା ସମୟରେ ସତର୍କ ରହିବାକୁ ପରାମର୍ଶ । ମାଞ୍ଜା ସୂତା ବିକ୍ରି କି ବ୍ୟବହାର କରିବା ଆଇନତଃ ଦଣ୍ଡନୀୟ । ଓଡ଼ିଆ ସଂସ୍କୃତିର ମହାନ୍‌ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି। କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା। ଗୁଡ଼ି ଉଡ଼ାଇବାବେଳେ ଅନ୍ୟ ଜଣଙ୍କର ଗୁଡ଼ିକୁ ଯଦି କାଟି ଦିଆଯାଇପାରେ ତା’ହେଲେ ସିଏ ନେବ ଜିତାପଟ।

ଏହି ପ୍ରତିଦ୍ୱନ୍ଦ୍ୱିତାରେ ମୁଖ୍ୟ କାର୍ପଟଦାର ହେଲା ଗୁଡ଼ି ଉଡ଼ାରେ ବ୍ୟବହୃତ ମାଞ୍ଜାସୂତା। ପ୍ରତିବର୍ଷ ମାଞ୍ଜାସୂତା ଲାଗି ଲୋକଙ୍କ ବେକ ଓ ଅନ୍ୟାନ୍ୟ ଅଙ୍ଗ କଟି ଯାଉଥିବାବେଳେ ପ୍ରାଣହାନିର ଆଶଙ୍କା ରହିଛି। ତେବେ ଦିନକ ପରେ ରାଜ୍ୟରେ ମକର ପର୍ବ ପାଳନ କରାଯିବ। କଟକ ସହରରେ କମିଶନରେଟ ପୋଲିସକୁ ଅଡୁଆ କଲାଣି ମାଞ୍ଜାସୂତା। ଗତ ଗୁରୁବାର ମାଞ୍ଜାସୂତା ଲାଗି ଦୁଇଜଣ ବାଇକ ଆରୋହୀ ଆହତ ହୋଇଛନ୍ତି। ଏହାପରେ କମିଶନରେଟ ପୋଲିସ ପଦକ୍ଷେପ ନେବା ଆରମ୍ଭ କରିଛି। ମାଞ୍ଜାସୂତା ଗୋଦାମରେ ଚଢ଼ାଉ କରାଯିବା ସହ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ