Masthead

ନ୍ୟାୟ ଅପେକ୍ଷାରେ ପ୍ରମିଳା

ରଣପୁର, (ବଡ଼ ଖବର ବ୍ୟୁରୋ): ଶିକ୍ଷିତ ସମାଜରେ ଅସାମାଜିକ କାର୍ଯ୍ୟ । ଛୁଆ ନ ହେବାରୁ ସ୍ତ୍ରୀଙ୍କୁ ଛାଡି ଅନ୍ୟତ୍ର ବିବାହ କରିଛନ୍ତି ସ୍ୱାମୀ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଲତାର ଗାଁର ଦେବରାଜ ସାହୁଙ୍କ ଝିଅ ପ୍ରମିଳା ସେହି ଗାଁର ଆଦିକନ୍ଦ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଦୀର୍ଘ ୨୩ ବର୍ଷର ବୈବାହିକ ଜୀବନ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ସନ୍ତତି ହୋଇନଥିଲା । ଆଦିକନ୍ଦଙ୍କ ପରିବାର ଏନେଇ ପ୍ରମିଳାଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା । ପ୍ରତିଦିନ ମାଡ଼, ଗାଳି ସହ ଜୀବନରୁ ମାରିଦେବାକୁ ଦିଆଯାଉଥିଲା ଧମକ । ଶେଷରେ ବାଧ୍ୟ ହୋଇ ବାପାଘରେ ଆଶ୍ରୟ ନେଇଛନ୍ତି ପ୍ରମିଳା ।

ନ୍ୟାୟ ପାଇଁ ପ୍ରମିଳା ରଣପୁର ଥାନାଠାରୁ ଆରମ୍ଭ କରି ମହିଳା କମିଶନଙ୍କ ପର୍ଯ୍ୟନ୍ତ ଭେଟିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଆଦିକନ୍ଦ ବାହୁବଳ ଓ ଅର୍ଥବଳ ଲଗାଇ ମାମଲାର ରଫାରଫା କରୁଥିବା କହିଛନ୍ତି ପ୍ରମିଳା । ଶେଷରେ ନିଜ ଭାଗ୍ୟକୁ ଆଦରି ବାପଘରେ ପଡିରହିଛନ୍ତି ପ୍ରମିଳା । ଆଦିକନ୍ଦ ପ୍ରମିଳାଙ୍କ ଭରଣପୋଷଣ ଲାଗି କିଛି ଦେଉନଥିବା ବେଳେ ଶାଶୁଘରକୁ ଯିବାକୁ ମଧ୍ୟ ନେଉନାହଁନ୍ତି । ସେପଟେ ଅନ୍ୟତ୍ର ବିବାହ କରିଛନ୍ତି ଆଦିକନ୍ଦ । ଭାଇ ଭାଉଜଙ୍କ ଉପରେ ବୋଝ ହୋଇ ଆଉ କେତେଦିନ ରହିବି ବୋଲି କହିଛନ୍ତି ପ୍ରମିଳା । ମୋତେ ଉଚିତ ନ୍ୟାୟ ମିଳୁ ବୋଲି ‘ବଡ଼ ଖବର’ ମାଧ୍ୟମରେ ନିବେଦନ କରିଛନ୍ତି ପ୍ରମିଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ