Masthead

ଏଣିକି ମମତା ଯୋଜନା ହିତାଧିକାରୀଙ୍କୁ ୧୦,୦୦୦

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ) ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଠ କରିବାପାଇଁ ଚାହୁଁଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ଦିନ କୌଣସି ନା କୌଣସି ଯୋଜନାର ଲାଭାର୍ଥୀଙ୍କ ପାଇଁ ଆଣୁଛନ୍ତି ଖୁସି ଖବର। ସେହିପରି ଆଜି ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ର ସହାୟତା ରାଶି ଏଣିକି ୫ହଜାର ବଦଳରେ ୧୦ହଜାର ଟଙ୍କା ମିଳିବ ।

୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏବେ ଗର୍ଭବତୀ ମହିଳାମାନଙ୍କୁ ମମତା ଯୋଜନାରେ ୨ଟି କିସ୍ତିରେ ୫ହଜାର ଟଙ୍କା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଗର୍ଭବତୀ ମହିଳାମାନେ ଏଣିକ ପ୍ରଥମ କିସ୍ତିରେ ୬ହଜାର ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୪ହଜାର ଟଙ୍କା ଏଭଳି ମୋଟ ୧୦ହଜାର ଟଙ୍କା ସହାୟତା ପାଇବେ ।

୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ବକେୟା ରାଶି ହିତାଧିକାରୀଙ୍କୁ ମିଳିବ । ସେହିପରି ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ମାନଙ୍କୁ ପ୍ରତ୍ୟେକ ଗର୍ଭନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ । ସେମାନଙ୍କ ପାଇଁ ଦୁଇଟି ସନ୍ତାନର ନିୟମକୁ ସରକାର କୋହଳ କରିଥିବା ସୂଚନା ମିଳିଛି ।

ରାଜ୍ୟ ସରକାର ୨୦୧୧ ମସିହାରେ ନିଜସ୍ୱ ପାଣ୍ଠିରୁ ଏହି ମମତା ଯୋଜନା ଆରମ୍ଭ କରିଥିଲେ । ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ପୁଷ୍ଟିହୀନତା ଦୂର କରିବାରେ ଏହି ଯୋଜନା ସହାୟକ ହେଉଛି ବୋଲି ରାଜ୍ୟ ସରକାର ଦାବି କରନ୍ତି । ମମତା ଯୋଜନାରେ ୧୯ବର୍ଷ ବୟସରୁ ସମସ୍ତ ଗର୍ଭବତୀ ମହିଳାଙ୍କୁ ଦୁଇଟି ଜୀବିତ ସନ୍ତାନ ପାଇଁ ଏହି ସହାୟତା ଦିଆଯାଇଥାଏ । ଏହି ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥାଏ । ତେବେ ନିର୍ବାଚନକୁ ଆଖିରେ ରଖି ମହିଳା ଭୋଟରଙ୍କୁ ଖୁସି କରିବା ପାଇଁ ସରକାର ମମତା ଯୋଜନାର ସହାୟତା ରାଶି ଦୁଇଗୁଣ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ