Masthead

ଡଙ୍ଗାବୁଡି ୩ ନିଖୋଜ

କୋରାପୁଟ (ବଡ଼ ଖବର ବ୍ୟୁରୋ): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଗାଁର ୫ ଜଣ ସାଙ୍ଗ ଭୋଜି କରିବାକୁ ଜଲାପୁଟ ଜଳଭଣ୍ଡାର ଅତିକ୍ରମ କରି ରାନତା ଗାଁକୁ ଯାଇଥିଲେ । ଦଶହରାକୁ ଧୁମଧାନରେ ପାଳନ କରିବା ସେମାନଙ୍କ ଲକ୍ଷ୍ୟଥିଲା । ସେହା ହିଁ ହେଲା । ଭୋଜି ଶେଷ କରି ୫ସାଙ୍ଗ ୨୫ ତାରିଖ ସନ୍ଧ୍ୟାରେ ନେଇଥିବା ଦେଶୀଡଙ୍ଗାରେ ପାଡୁଆ ଫେରୁଥିଲେ । ଜଳଭଣ୍ଡାର ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା ।

୫ ଜଣଙ୍କ ମଧ୍ୟରୁ ୨ଜଣ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ସେମାନେ ନିଜ ନିଜ ଘରକୁ ଯାଇ ଶୋଇପଡିଥିଲେ । ଅନ୍ୟ ୩ ସାଙ୍ଗଙ୍କ ସମ୍ପର୍କରେ ସେମାନେ କାହାରିକୁ କୌଣସି ସୂଚନା ଦେଇ ନଥିଲେ । ଅନ୍ୟ ୩ ସାଙ୍ଗ ଘରକୁ ନଫେରିବାରୁ ୨୬ ତାରିଖ ସକାଳେ ପରିବାର ଲୋକେ ବ୍ୟସ୍ତ, ବିବ୍ରତ ହୋଇପଡିଥିଲେ । ଚାଲିଥିଲା ଖୋଜାଖୋଜି । ଧୋକାବାଜ ୨ ସାଙ୍ଗଙ୍କଠାରୁ ସମସ୍ତ ଘଟଣା ଜାଣିବା ପରେ ଅନ୍ୟ ୩ ସାଙ୍ଗଙ୍କ ପରିବାର ଲୋକେ ସ୍ଥାନୀୟ ଥାନା ଓ ବିଡିଓଙ୍କୁ ଖବର ଦେଇଥିଲେ ।

ଆରମ୍ଭ ହୋଇଥିଲା ଉଦ୍ଧାର ଅପରେସନ । ୨୬ ତାରିଖ ରାତି ୧୦ଟାରେ ପୋଲିସ, ତହସିଲଦାର ଓ ବିଡିଓ ଜଲାପୁଟ ଜଳ ଭଣ୍ଡାର ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ରାତି ବହୁତ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ଆଜି ସକାଳୁ ଆରମ୍ଭ ହୋଇଛି ଉଦ୍ଧାର ଅପରେସନ । ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ ଓ ଓଡ୍ରାଫ୍ ଟିମ୍ । ନିଖୋଜ ୩ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ୫ଟି ଡଙ୍ଗାରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀମାନେ ଜଳ ଭଣ୍ଡାରରେ ଉଦ୍ୟମ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼