Masthead

ପୋଖରୀରେ ବୁଡି ମହିଳା ମୃତ

ବାଂଶପାଳ (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳବ୍ଲକ ବରଗୁଡା ଗ୍ରାମ ବେଲତହଡି କଟା ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ କିଛି ଦିନ ହେବ କ୍ଷେତ୍ରମୋହନ ବେହେରାଙ୍କ ସ୍ତ୍ରୀ କନକ ଦେହୁରୀ ତାଙ୍କ ଶ୍ୱଶୁର ଘର ମେରେଇ ସାହିରୁ ବାପଘର ବରଗୁଡାକୁ ଆସିଥିବା ବେଳେ ଆଜି ସକାଳେ କନକ ଦେହୁରୀ ଘରପାଖ ବେଲତହଡା କଟା ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ସେଠାରେ ତାଙ୍କର ଗୋଡ଼ ଖସି ମୃତ୍ୟୁ ଘଟିଛି ।

କନକଙ୍କୁ ଆସିବାର ବିଳମ୍ବ ହେବା ଦେଖି ତାଙ୍କ ଭାଉଜ ପୋଖରୀକୁ ଖୋଜିବା ପାଇଁ ଯାଇଥିଲେ । ପୋଖରୀରେ କନକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଘର ଲୋକଙ୍କୁ ଜଣାଇଥିଲେ । ବାଂଶପାଳ ଅଗି୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମେଡିକାଲକୁ ପଠେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର