‘ଜୟ ଶ୍ରୀରାମ’ କହିବାରୁ ମାଡ ମାରି ଲହୁଲୁହାଣ

ବାଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ‘ଜୟ ଶ୍ରୀ ରାମ’ ନାରା ଦେବା ହେଲା କାଳ । ୩ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ୪ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍ଗାଲୁରୁ ଚିକ୍କାୱେଟାହଲ୍ଲି ଅଞ୍ଚଳରେ । ପୋଲିସ ଯୁବକମାନଙ୍କୁ ଗିରଫ କରିଛି । ଘଟଣା ଥିଲା କିଛି ଏମିତି । ଆକ୍ରମଣର ଶିକାର ହୋଇଥିବା ୩ ଜଣ ହେଲେ ପବନ କୁମାର, ରାହୁଲ ଓ ବିନାୟକ ।

ଜୟ ଶ୍ରୀରାମ ନାରା ଦେଇ ବାଙ୍ଗାଲୁରର ଚିକ୍କାୱେଟାହଲ୍ଲି ଅଞ୍ଚଳରେ ଏକ କାର୍‌ରେ ଯାଉଥିଲେ। ଏହାଦେଖି ବାଇକ୍‌ରେ ଯାଉଥିବା ଦୁଇ ଜଣ ଯୁବକ ଫରମାନ ଓ ସମୀର ତାଙ୍କୁ ଅଟକାଇ ଏପରି ନାରା ଦେବାକୁ ବାରଣ କରିଥିଲେ।। ଯାହାକୁ ନେଇ ରାସ୍ତା ଉପରେ ଆରମ୍ଭ ହୋଇଥିଲା ମହାଭାରତ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। କିଛି ସମୟ ପରେ ଫରମାନ ଓ ସମୀର ଉକ୍ତ ୩ ଯୁବକଙ୍କୁ ପ୍ରବଳ ପିଟିଥିଲେ। ଏହି ଆକ୍ରମଣରେ ଆଉ ଦୁଇ ନାବାଳକ ବି ସାମିଲ ହୋଇଥିଲେ।

ଏହି ଆକ୍ରମଣରେ ରାହୁଲ ଓ ପବନ କୁମାର ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଫରମାନ ଓ ସମୀରଙ୍କୁ ବାନ୍ଧିଥିବା ବେଳେ ଦୁଇ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!