Masthead

‘ଦୁଇରୁ ତିନି ଦିନ ମଧ୍ୟରେ ବାକି ଆସନ ପାଇଁ ଟିକେଟ ଘୋଷଣା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପାଣିପାଗରେ ଉଷ୍ନତା ଦେଖାଯାଇଛି। ଆସନ୍ତା ମାସ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ନିର୍ବାଚନମଣ୍ଡିଳିରେ ମତଦାନ ହେବ। ଭୋଟ୍‌ଦାନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ସେତିକି ଚିନ୍ତା ପଶୁଛି। ରାଜ୍ୟର ୧୪୭ରୁ ବିଜେଡି ୧୨୬, ବିଜେପି ୧୩୧ ଓ କଂଗ୍ରେସ ୧୨୫ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।

ସେପଟେ ଖୁବଶୀଘ୍ର ଘୋଷଣା ହେବ ବିଜେପି ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଭୁବନେଶ୍ୱରେ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ଦୁଇରୁ ତିନି ଦିନ ମଧ୍ୟରେ ବାକି ଥିବା ଆସନ ପାଇଁ ଟିକେଟ ଘୋଷଣା ହେବ । ଆଉ ବିଜେପିରେ ବହୁ ବଡ଼ ବଡ ନେତା ସାମିଲ ହେବେ । ତେବେ ଏଥର ସାରା ଦେଶରେ ମୋଦୀ ଲହର ଅଛି, ତେଣୁ ଏଥର ବିଜେପି ରାଜ୍ୟର ୨୧ ଲୋକସଭା ଆସନରୁ ୧୬ରୁ ଅଧିକ ବିଜୟୀ ହେବ ବୋଲି କହିଛନ୍ତି ତୋମାର । ବିଜେପି ସମସ୍ତ ଲୋକସଭା ଏବଂ ୧୩୧ ବିଧାନସଭା ପାଇଁ ଟିକେଟ ଘୋଷଣା କରିସାରିଥିବା ବେଳେ ବାକି ୧୬ ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ