Masthead

ଧରାପଡ଼ିଲେ ୩ଲୁଟେରା

ବୋରିଗୁମ୍ମା, (ବଡ଼ ଖବର ବ୍ୟୁରୋ): ୨ଲକ୍ଷ ୫୦ହଜାର ଟଙ୍କା ଲୁଟି ନେଇଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ୨୦ତାରିଖରେ କାଜୁମିଲ୍ ମାଲିକ ଭେଙ୍କେଟ ରାଓ ଦିନ ୧୦ ଘଣ୍ଟା ସମୟରେ ଶ୍ରମିକମାନଙ୍କୁ ଦେବା ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଧରି ଏକ ସ୍କୁଟି ଯୋଗେ ଗୁଜୁନିଗୁଡ଼ା ଅଭିମୁଖେ ବାହାରି ଥିଲେ। ଦୋରାଗୁଡ଼ା ଏବଂ ଢ଼ଙ୍ଗରା ମଝିରେ ହଠାତ ୩ଦୁର୍ବୃତ୍ତ ଏକ ପଲସର ବାଇକ ଯୋଗେ ଆସି ଭେଙ୍କେଟଙ୍କୁ ଅଟକାଇଥିଲେ । ଖଣ୍ଡା ଦେଖାଇ ଟଙ୍କା ଏବଂ ସୁନା ଚେନ ଲୁଟି ନେଇଥିଲେ। ଏ ସମ୍ପର୍କରେ ଭେଙ୍କେଟ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୋଲିସ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଭେଙ୍କେଟଙ୍କ କାଜୁମିଲର ୨କର୍ମଚାରୀଙ୍କ ଇଙ୍ଗିତରେ ଏହି ଲୁଟ୍ ହୋଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ସନ୍ତୋଷପୁର ଗ୍ରାମର ସାଜନ ଗଣ୍ଡା ଅନ୍ୟ ଲୁଟେରା ଗ୍ୟାଙ୍ଗଙ୍କୁ ମାଲିକ ଟଙ୍କା ଧରି ଆସିବା ଖବର କାଜୁମିଲର ଦୁଇ କର୍ମଚାରୀ ଦେଇଥିଲେ । ଯୋଜନା ମୁତାବକ ଲୁଟେରାମାନେ ଲୁଟ୍ କରିଥିଲେ। ଏହି ତିନିଜଣଙ୍କ ଠାରୁ ପୋଲିସ ୩୦ ହଜାର ଟଙ୍କା ୩ ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଲୁଟ୍ ଘଟଣାରେ ସଂପୃକ୍ତ ଅନ୍ୟ ଲୁଟେରାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ