Masthead

ଇଭିଏମ ବଦଳ ଅଭିଯୋଗରେ ଉତ୍ତେଜନା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଇଭିଏମ ବଦଳ କରାଯାଉଥିବା ସନେ୍ଦହ କରି ଧର୍ମଶାଳା ବ୍ଲକ ସମ୍ମୁଖରେ ଉତ୍ତେଜନା । ଇଭିଏମ ରହିଥିବା ବୋଲେରୋ ଗାଡି ଭଙ୍ଗାରୁଜା । ପୋଲିସ୍ ଗାଡିକୁ ଭାଙ୍ଗିଲେ ଲୋକେ। ପୋଲିସ କର୍ମଚାରୀ ଆହାତ। ଉତ୍ତ୍ୟକ୍ତ ଲୋକଙ୍କୁ ଲାଠି ମାଡ଼। ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ବାଇକ ଭଙ୍ଗାରୁଜା। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଚତୁର୍ଥ ପର୍ୟ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଇଭିଏମ ଅଦଳ ବଦଳ କରାଯାଉଥିବା ଅଭିଯୋଗ ହୋଇଛି।

ଏକାଧିକ ଇଭିଏମ ଥିବା ଗାଡି ଆଡ଼େ ସାଡେ ବୁଲୁଥିବାର ଅଭିଯୋଗ କରି ଲଙ୍କାକାଣ୍ଡ କରିଛନ୍ତି ଲୋକେ। ବ୍ଲକ କାର୍ଯ୍ୟାଳୟକୁ ଇଭିଏମ ବୋଝେଇ ଗାଡି କାହିଁକି ପ୍ରବେଶ କରିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି। ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭ ଇଭିଏମକୁ ଅନ୍ୟତ୍ର ନେଇ ବଦଳ କରାଯାଉଥିବା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକ ମାନେ ବ୍ଲକ ଆଗରେ ବହୁ ମାତ୍ରାରେ ରୁଣ୍ଡ ହେବା ଫଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏପରିକି ବିଭିନ୍ନ ରୁଟରେ ରିସର୍ଭ ଇଭିଏମ ଗାଡି ଗୁଡିକୁ ଜବତ କରି ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଭିତରେ ପୁରେଇବା ସହ ଇଭିଏମ ବଦଳି କରାଯାଇଥିବା ନେଇ ଅଭିଯୋଗ କରିବା ସହିତ ବ୍ଲକ୍ କାର୍ଯ୍ୟାଳୟକୁ ଘେରି ରହିଥିଲେ। ଏସପି ଭିନିତ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ଲାଠି ମାଡ଼ କରିବା ପରେ ଲୋକେ ସ୍ଥାନ ଛାଡି ଚାଲି ଯାଇଥିଲେ। ଏନେଇ ଧର୍ମଶାଳା ବିଡିଓ କହିଛନ୍ତି ଯେ କୌଣସି ଇଭିଏମ ବଦଳ ହୋଇ ନାହିଁ। ସେମାନେ ଅଯଥାରେ ସନ୍ଦେହ କରି ଆମର କର୍ମଚାରୀମାନଙ୍କୁ ମାରଧର କରୁଛନ୍ତି। ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..