Masthead

ଖାଁ ଖାଁ ଲାଗିଲା ସୁନାବେଡାର ସୁନାଦେଇ ଯାତ୍ରା।

 

ନୂଆପଡା ,  (ବଡ଼ ଖବର ବ୍ୟୁରୋ):

ସମୁଦ୍ର ପତ୍ତନ ଠାରୁ ୩୨୦୦ ଫୁଟ ଉଚ୍ଚତାରେ ଓ ୬୦୦ ବର୍ଗ କିଲୋମିଟରରେ ଅବସ୍ଥିତ ନୂଆପଡାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳ। ଚକୋଟିଆ, ଭୁଞ୍ଜିଆ ,ପହରିଆ ଆଦି ଜନଜାତିର ଲୋକମାନେ ଏଠାରେ ବସବାସ କରନ୍ତି। ସଂସ୍କୃତି ଓ ପରମ୍ପରାରେ ଧନୀ ଏହି ଜନଜାତି ଲୋକମାନଙ୍କର ଆରାଧ୍ୟା ଦେବୀ ହେଉଛନ୍ତି ମାଁ ସୁନାଦେଇ। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ମାଁ ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୁଏ। ଅଞ୍ଚଳବାସୀଙ୍କ ବିଶ୍ୱାସ ଅଛି ଏହି ଦିନ ମାଁଙ୍କୁ ପୂଜାର୍ଚ୍ଚନା କରି ମନସ୍କାମନା କଲେ ତାହା ଅବଶ୍ୟ ପୂରଣ ହୁଏ। ଏହି ଦିନ ନୂଆପଡ଼ାର ଆଖପାଖ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ରୁ ମଧ୍ୟ ଶ୍ରଦ୍ଧାଳୁ ମାନେ ମାଁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ଦିନ ସୁନାବେଡା ହୋଇପଡେ ଉତ୍ସବମୁଖର ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସରକାର ଓ ଜିଲ୍ଲା ପ୍ରଶାସନର କଟକଣା ପାଇଁ ବହୁ ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ ପାଇଁ ଆସିପାରିନଥିଲେ। ଜିଲ୍ଲା ପ୍ରଶାସନର ସହଯୋଗରେ କରୋନା କଟକଣାର ନିୟମକୁ ମାନି ସୁନାଦେଇ ପରିଚାଳନା କମିଟି ମାଁ ସୁନାଦେଇଙ୍କ ନୀତି ନିୟମ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଏ ବର୍ଷ ନା ଥିଲେ ହଜାର ହଜାର ଶ୍ରଦ୍ଧାଳୁ ନା ବସିଥିଲା ଦୋକାନ ବଜାର ନା ଶୁଭୁଥିଲା କୋଳାହଳ ତଥାପି ବି ଉପସ୍ଥିତ ଶ୍ରଦ୍ଧାଳୁ ଓ ପରିଚାଳନା କମିଟି ଅନ୍ୟ ବର୍ଷ ପରି ଏ ବର୍ଷ ବି ସମଭାବରେ ସୁରୁଖୁରୁରେ ମାଁଙ୍କ ନୀତି ନିୟମ ଓ ପୂଜାର୍ଚ୍ଚନା କରିଥିଲେ। ମାଁ ସୁନାଦେଇ ଆମକୁ ସହାୟ ହେବେ , କରୋନା ହାରିବ ଓ ଆସନ୍ତା ବର୍ଷ ପୁଣି ଧୁମ ଧାମରେ ପାଳନ ହେବ ସୁନାଦେଇ ଯାତ୍ରା ବୋଲି କହିଥିଲେ ମୁଖ୍ୟ ପୂଜକ ବିଶ୍ରାମ ଛତରିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’