Masthead

ସଫେଇ ନାଁରେ ଦୁର୍ନୀତି

କୋରକୁଣ୍ଡା (ବଡ଼ ଖବର ବ୍ୟୁରୋ): କା’ରେ ଚାଲିଛି ସଫେଇ । ଠିକାଦାରଙ୍କ ଦର୍ଶନ ନାହିଁ । ନା ଆସୁଛନ୍ତି ସଫେଇ ଠିକାଦାର ନା ଅଛନ୍ତି ପର୍ଯ୍ୟାପ୍ତ କର୍ମଚାରୀ। ଭୂତ ସଫେଇ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଛି । ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଏହି ଗୁମର ଖୋଲୁଛି।
ବାଲିମେଳା ଏନଏସିରେ ପ୍ରାୟ ୧୫ ସଫେଇ କର୍ମଚାରୀ କାମ କରୁଛନ୍ତି। ହେଲେ ୨୫ କର୍ମଚାରୀ କାମ କରୁଥିବା ଦର୍ଶାଯାଇଛି। ଏହି ବାବଦ ମାସିକ ୧ ଲକ୍ଷ ୧୬ ହଜାର ଟଙ୍କା ମିଥ୍ୟା ବିଲ୍ କରାଯାଇଛି। ୧୦ ଜଣ ଅଧିକ କର୍ମଚାରୀ ଦର୍ଶାଇ ମିଥ୍ୟ ମଷ୍ଟର ରୋଲ ପ୍ରସ୍ତୁତ କରି ନକଲି ଟିପଚିହ୍ନ ନିଆଯାଇଛି। ୧୦ ଭୂତ କର୍ମଚାରୀଙ୍କ ନାଁରେ ଗତ ୮ ବର୍ଷ ଧରି ଅର୍ଥ ଲୁଟ୍ ହେଉଥିବା ଘଟଣା ପଦାକୁ ଆସିଛି। ଏପରି କି ସଫେଇ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନକଲି କରାଯାଇଛି । ସେମାନଙ୍କ ଇପିଏଫ ଟଙ୍କା ଦର୍ଶାଇ ଦରମାରୁ ୧୨ ପ୍ରତିଶତ ଅର୍ଥକାଟ ହେଉଛି। ପ୍ରକୃତ ଦରମା ୬୪୫୨ ଥିବା ବେଳେ ସେମାନଙ୍କୁ ୪ ହଜାରରୁ ୪ ହଜାର ୫୦୦ ଟଙ୍କା ଦରମା ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ଏନଏସି କାର୍ଯ୍ୟାଳୟରେ କମଳଲୋଚନ ଖରା, ମକର କଚିମ, ପର୍ଶୁ ଖରା, ପୂର୍ଣ୍ଣ ନାଗ, କଣ୍ଠ ନାଗ ପ୍ରମୁଖଙ୍କ ନାଁରେ ମିଥ୍ୟା ବିଲ୍ କରାଯାଇଛି। ଏହି ବ୍ୟକ୍ତିମାନେ ପ୍ରକୃତରେ ଅନ୍ୟତ୍ର ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କୁ ଏନଏସି ପକ୍ଷରୁ ଟଙ୍କା ମିଳିବା ବିଷୟ ପଚାରିବାରୁ ଏପରି କୌଣସି ଟଙ୍କା ପାଉ ନ ଥିବା କିମ୍ବା ଏନଏସିରେ କାର୍ଯ୍ୟ କରୁ ନ ଥିବା ପ୍ରକାଶ କରିଛନ୍ତି। ଏଭଳି ଭୂତ ଶ୍ରମିକ ସୃଷ୍ଟି କରି ଦୀର୍ଘ ୮ ବର୍ଷ ଧରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଥିବା ବେଳେ ଜାଣିଶୁଣି ଅଧିକାରୀ ଚୁପ୍ ରହିଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟେଣ୍ଡର ନେଇଥିବା ଠିକାଦାର କେବେ ଆସୁ ନ ଥିବା ବେଳେ କା’ରେ ଚାଲିଛି ସଫେଇ। ସେହିପରି ଏନଏସିକୁ ଆସୁଥିବା ସାମଗ୍ରୀ ଯଥା ବ୍ଲିଚିଂ ପାଉଡର, ମ୍ୟାଲେରିଆ ସ୍ପ୍ରେ ଆଦି ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଟ୍ୟାକ୍ସ ଓ ଷ୍ଟଲ ଭଡ଼ା ଆଦାୟ ଦାୟିତ୍ୱରେ ଅଛନ୍ତି। ଜଣେ ବ୍ୟକ୍ତିଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କିଭଳି ଏତେଗୁଡ଼ିଏ ଦାୟିତ୍ୱ ଦିଆଯାଇଛି ତାହା ମଧ୍ୟ ପ୍ରଶ୍ନବାଚୀ। ୨୦୧୨ରେ ସଫେଇ ପାଇଁ ଟେଣ୍ଡର ପ୍ରକ୍ରିୟା କରାଯାଇ ଭୁବନେଶ୍ୱରର ଏକ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଥିଲା। ୨୦୧୨ରେ ୧ ଲକ୍ଷ ୧୬ ହଜାର ଥିବାବେଳେ ଗତ ଆଠବର୍ଷ ମଧ୍ୟରେ ଏହା ୪ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ କୁହାଯାଉଛି। ଏହି ଅଭିଯୋଗ ସମ୍ପର୍କରେ ବାଲିମେଳା ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ପଚାରିବାରୁ କହିଲେ, ଅଭିଯୋଗ ସମ୍ପର୍କରେ ଡିଆରଡିଏ ପକ୍ଷରୁ ତଦନ୍ତ କରାଯାଉଛି। ପ୍ରକୃତ ତଥ୍ୟ ଜଣାପଡ଼ିଲେ ଦୋଷୀ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ