Masthead

ଭାରତର ଖରାପ ଭାଷା କ’ଣ ? ଗୁଗୁଲର ଉତ୍ତର ଦେଖି ଲୋକେ ରାଗିଲେ

(ବଡ଼ ଖବର ବ୍ୟୁରୋ): ଯେତେବେଳେ ଆମେ କୌଣସି ପ୍ରଶ୍ନର ଉତ୍ତର ପାଇନଥାଉ, ସେତେବେଳେ ଆମେ ଗୁଗୁଲ କରିଥାଉ । ପ୍ରାୟ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏଠାରେ ଉପଲବ୍ଧ ହୋଇଥାଏ । ଏପରି ପରିସ୍ଥିତିରେ ଯେତେବେଳେ ଲୋକମାନେ ପଚାରିଲେ ଯେ, ଭାରତର ସବୁଠାରୁ ଖରାପ ଭାଷା କ’ଣ ? ଏହାର ଉତ୍ତରରେ ଆସିଲା କନ୍ନଡ ଭାଷା । ଏହା ଭାରତୀୟ ତଥା କନ୍ନଡ ଲୋକଙ୍କୁ ଆଘାତ ଦେଇଛି । ବାସ୍ତବରେ କନ୍ନଡ ଭାଷା ଦୁନିଆର ସର୍ବ ପୂରାତନ ଭାଷା ମଧ୍ୟରୁ ଅନ୍ୟତମ । ଦେଶରେ ପ୍ରାୟ ୬କୋଟି ଲୋକ କନ୍ନଡ ଭାଷା ଲେଖନ୍ତି ଓ କୁହନ୍ତି । ବର୍ତ୍ତମାନ ଇଣ୍ଟରନେଟରେ ଲୋକମାନେ ଗୁଗୁଲକୁ ସମାଲୋଚନା କରୁଛନ୍ତି ଏବଂ ଏହି ଫଳାଫଳର ଉତ୍ତରକୁ ହଟାଇବାକୁ ଦାବି କରୁଛନ୍ତି ।

https://twitter.com/drashwathcn/status/1400452661682470915/photo/1

ଏହି ଘଟଣା ଭାଇରାଲ ହେବା ପରେ ଗୁଗୁଲ ଏହି ଉତ୍ତରକୁ ହଟାଇ ଦେଇଛି । ଏଥିସହ କମ୍ପାନୀ ଭୂଲକୁ ସ୍ୱୀକାର କରି ସମସ୍ତଙ୍କୁ କ୍ଷମା ମାଗିଛି । ଏଥିସହ କର୍ଣ୍ଣାଟକ ସରକାର ଏଥିରେ ତୀବ୍ର ଆପତ୍ତି ଜଣାଇଛନ୍ତି ଏବଂ ଗୁଗୁଲ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ