Masthead

ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ

ଲଇକେରା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଧୁତୁରାଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଦେଇ ଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ସେହି ରାସ୍ତା ଦେଇ ଯିବାକୁ ପଡ଼ୁଛି । ବିପଦପୂର୍ଣ୍ଣ ସେହି ରାସ୍ତାରେ ଆମ୍ବୁଲାନ୍ସ ଯୋଗେ ନେବା ଅସମ୍ଭବ ହୋଇପଡ଼ୁଛି। ତେଣୁ ସେହି ରାସ୍ତା ନିର୍ମାଣ ଦାବିରେ ଆଜି ବିଜେପି ପକ୍ଷରୁ ଆନ୍ଦୋଳନ ହୋଇଛି। ଜନସାଧାରଣ ଯାତାୟାତ ସମୟରେ ନାହିଁ ନ ଥିବା ଅସୁବିଧାରର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହି ରାସ୍ତାର ପୁନଃନିର୍ମାଣ ଦାବିରେ ଧୁତୁରା ଫାଟକ ନିିକଟରେ ଝାରସୁଗୁଡ଼ା ବିଜେପି ନେତା ଦିନେଶ ଜୈନଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଆସନ୍ତା ୧୯ତାରିଖରେ ଏହାକୁ ନେଇ ଏକ ଜରୁରୀ ବୈଠକ ହେବାର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବୈଠକରେ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ଓ ଏକ ସଙ୍କୁଚିତ ସମୟ ସୀମା ମଧ୍ୟରେ ରାସ୍ତା କାମ ପୂର୍ଣ୍ଣ କରିବା ଦିଗରେ ନିଷ୍ପତ୍ତି ନିଆଯିବା ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଆଜିର ଆନ୍ଦୋଳନରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଦୀପକ ପଟେଲ, କିର୍ମିରା ମଣ୍ଡଳ ସଭାପତି ବିଜୟ ଶର୍ମା, ସାଂସଦଙ୍କ ରେଲୱେ ପ୍ରତିନିଧି ଲଲିତ୍ ମଗର, ଗୋପାଳ ପଟେଲ, ରାଜେଶ ଦାଶ, ନୀଳାମ୍ବର ଦଣ୍ଡସେନା, ବିକାଶ ଗୁରୁଙ୍ଗ, ଉମେଶ ଗୁପ୍ତା, ବାସୁଦେବ ପ୍ରଧାନ, ସନ୍ତୋଷ ବାଗଙ୍କ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ