Masthead

ହିଟମ୍ୟାନଙ୍କ ‘ହିଟ’ ଶତକ

ଚେନ୍ନାଇ (ବଡ଼ ଖବର ) ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଶର୍ମା ଆକର୍ଷଣୀୟ ଶତକ ଅର୍ଜନ କରିଛନ୍ତି । ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ରୋହିତ ଭଲ ଫର୍ମରେ ନଜର ଆସିଥିଲେ। ପ୍ରଥମେ ୪୭ବଲ୍‌ରେ ସେ ଅର୍ଦ୍ଧଶତକ ପୂରଣ କରିବା ପରେ ନିଜର ଶତକ ପୂରଣ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚମକିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଶନିବାର ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ରୋହିତ ନିଜ କ୍ୟାରିୟରର ୭ମ ଶତକ ପୂରଣ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ । ୧୩୦ ବଲରେ ହିଟମ୍ୟାନ୍‌ ନିଜର ଶତକ ପୂରଣ କରିଛନ୍ତି। ଏଥିରେ ୧୪ ଚଉକା ଏବଂ ୨ ଛକା ମାରିଛନ୍ତି । ସେ ଓପନିଂରେ ଆସି ଦମଦାର୍ ବ୍ୟାଟିଂ କରିଥିଲେ । ୧୩୦ ବଲରୁ ଶତକ କରିଛନ୍ତି ହିଟମ୍ୟାନ୍ ରୋହିତ ।

ଦଳର ଓପନର ଶୁଭମନ ଗିଲ୍ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ଗିଲଙ୍କ ପରେ ଚେତେଶ୍ୱର ପୂଜାରା ୨୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ବିରାଟ କୋହଲି ମଧ୍ୟ କୌଣସି ରନ୍ କରି ବୋଲ୍ଡ ହୋଇଥିଲେ । କିନ୍ତୁ ଓପନର୍ ରୋହିତ ଶର୍ମା ଆକର୍ଷଣୀୟ ବ୍ୟାଟିଂ ଜାରି ରଖିଥିଲେ । ସେ ବ୍ୟାଟିଂ କରି ୧୩୦ ବଲରେ ଶତକ ଲଗାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ