Masthead

ଆପରେ ମିଶିବେ କି ସିଦ୍ଧୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଞ୍ଜାବ କଂଗ୍ରେସର ମୁଖିଆ ପଦରୁ ଆଜି ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ତେବେ ଏହା ପରେ ପଞ୍ଜାବ ରାଜନୀତିର ମାହୋଲ ସରଗରମ ହୋଇ ଉଠିଛି । ସିଦ୍ଧୁଙ୍କ ଇସ୍ତଫା ପରେ ଆସନ୍ତାକାଲି ଠାରୁ ୨ ଦିନିଆ ପଞ୍ଜାବ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୂତ୍ରରୁ ଜଣାପଡିଛି ଯେ ଆସନ୍ତାକାଲି ପଞ୍ଜାବରେ ପହଞ୍ଚି ସେ ଏକ ବଡ ଘୋଷଣା କରିବେ । ଏହି ସୂଚନା ମିଳିବା ପରେ ଏବେ ସିଦ୍ଧୁ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛନ୍ତି ।

ପୂର୍ବରୁ ସିଦ୍ଧୁ ଆପରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ପରେ ପଞ୍ଜାବ ତାଙ୍କୁ ମୁଖିଆ କରିବା ପରେ ସବୁ କିଛି ଭଣ୍ଡରୁ ହୋଇଯାଇଥିଲା । ପୁଣି ଏବେ ସେ କଂଗ୍ରେସ ମୁଖିଆ ପଦ ଛାଡିବା ପରେ ଆପରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ସିଦ୍ଧୁ ବିରୋଧୀ ଦଳର ନେତା ହୋଇଥିବାରୁ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବାକୁ ସହ୍ୟ କରିପାରି ନଥିଲେ । ଆପର ଜଣେ ନେତା କହିଛନ୍ତି ଯେ, ଏପରି ପରିସ୍ଥିତିରେ ଆମେ ସିଦ୍ଧୁଙ୍କୁ ଦଳରେ କେମିତି ସାମିଲ କରିପାରିବୁ । କିନ୍ତୁ ରାଜନୀତିରେ ସବୁକିଛି ସମ୍ଭବ । ତେବେ ସିଦ୍ଧୁଙ୍କୁ ନେଇ ଏବେ ସସପେନ୍ସ ଜାରି ରହିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା