Masthead

ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ନୂଆ ଏସଓପି

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଏସଓପି । ପୂର୍ବରୁ ୧୧ ତାରିଖରେ ହୋଇଥିଲା ପ୍ରଶାସନ ଓ ଛତିଶା ନିଯୋଗର ବୈଠକ । ଆଜି ନୂତନ ଓ ସଂଶୋଧିତ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୭ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ । ପୂର୍ବ ଭଳି ପ୍ରତି ରବିବାର ବନ୍ଦ ରହିବ ସାଧାରଣ ଦର୍ଶନ । ପୂଜାପର୍ବାଣୀରେ ବନ୍ଦ ରହିବ ଶ୍ରୀମନ୍ଦିର । ଏହି କ୍ରମରେ ଆସନ୍ତାକାଲି ଦଶହରା ତିଥିରେ ବନ୍ଦ ରହିବ ଜଗା ଦର୍ଶନ ଏବଂ ୧୬ ତାରିଖ ଭାସାଣୀରେ ଦିନ ୧୨ ଟା ପରଠାରୁ ବନ୍ଦ ରହିବ ଜଗା ଦର୍ଶନ ।

ଆସନ୍ତା ୨୦ରେ କୁମାର ପୂର୍ଣ୍ଣିମା ରେ ବନ୍ଦ ରହିବ ଶ୍ରୀମନ୍ଦିର । ନଭମ୍ବର ୪ ତାରିଖ ଦୀପାବଳି , ୧୫ ତାରିଖ ବଡ ଏକାଦଶୀ , ୧୯ ତାରିଖ ରେ ବନ୍ଦ ରହିବ ଶ୍ରୀମନ୍ଦିର । ଅନ୍ୟପଟରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜ କରିବେ ଭକ୍ତ । ସାମାଜିକଦୂରତା ଅପରିହାର୍ଯ୍ୟ। ଶ୍ରୀମନ୍ଦିର ପରିସରରେ ଥିବା ପ୍ରତିମୂର୍ତ୍ତିକୁ ଛୁଇଁପାରିବେ ନାହିଁ ଭକ୍ତ । ଚିହ୍ନିତ ଜାଗାରେ ହିଁ କେବଳ ଦୀପ ବସାଇପାରିବେ ଶ୍ରଦ୍ଧାଳୁ । ଫୁଲ , ଏବଂ ଭୋଗ ନେଇପାରିବେ ଶ୍ରଦ୍ଧାଳୁ ।ଏବଂ ପୂର୍ବ ଚିହ୍ନିତ ଜାଗାରେ ହିଁ କେବଳ ସ୍ଥାନିତ ହୋଇପାରିବ ।

ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନକୁ ଅନୁମତି ଦିଆଯାଇଛି ଏବଂ ପ୍ରଶାସନ ଦ୍ୱାରା ଚିହ୍ନିତ ଜାଗାରେ ହିଁ ପ୍ରସାଦ ସେବନ କରିପାରିବେ ଭକ୍ତ । ପାନ ଛେପ ପକାଇବା ନିଷେଧ । ଏବଂ ନିୟମ ଭଙ୍ଗ କଲେ ୫୦୦ ଟଙ୍କାର ଜରିମାନା । ପଲିଥିନ ନେଇ ଭିତରକୁ ଗଲେ ୧୦୦ ଟଙ୍କାର ଜରିମାନା । ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା । ଜଗନାଥବଲ୍ଲଭ ମଠରେ ପାର୍କିଂଗ ର ବ୍ୟବସ୍ଥା । ବରିଷ୍ଠ ନାଗରିକ ,୧୦ ବର୍ଷରୁ କମ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ କୋଭିଡ କୁ ନଜର ରେ ରଖି ମନ୍ଦିର ପ୍ରବେଶ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼