Masthead

ପଞ୍ଜାବ ସରକାରଙ୍କ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ପଞ୍ଜାବ(ବଡ଼ ଖବର ବ୍ୟୁରୋ): ପଞ୍ଜାବ ସରକାରଙ୍କ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର । ୪ ହଜାର ଏକର ରାଜ୍ୟ ଜମିରେ ଏସବୁ ହିତାଧିକାରୀ ଉପଯୁକ୍ତ କ୍ଷତିପୂରଣ ଦେବା ପରେ ସମ୍ପତ୍ତି ଅଧିକାର ପାଇବେ। ପଞ୍ଜାବର ଭୋନ୍ଦେଦର, ବୁଟେମାର, ଦୋହଲିଦାର, ଇନସର ମିୟାଦୀ, ମୁକାରିଦାର, ମୁଣ୍ଡୀମାର, ପାନାହୀ କାଦିମ, ସାଉଞ୍ଜିଦାର, ତାରଡକର ସମ୍ପ୍ରଦାୟରେ ସମ୍ପତ୍ତି ଅଧିକାର ରହିଛି। ଏହି ଶ୍ରେଣୀର ଲୋକମାନେ ବହୁ ପିଢ଼଼ି ଧରି ରାଜ୍ୟରେ ପ୍ରାୟ ଚାରି ହଜାର ଏକର ଜମି ଜବର ଦଖଲ କରିଥିଲେ।

ବର୍ତ୍ତମାନ ଏହି ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପରେ ଜମିର ମାଲିକାନା ଅଧିକାର ଦିଆଯିବ। ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ୨୦୨୦ ମସିହାରେ ପଞ୍ଜାବ ବିଧାନସଭାରେ ଏହି ବିଲ ପାରିତ ହୋଇଥିଲା। ବର୍ତ୍ତମାନ ଆମ ଆଦମୀ ପାର୍ଟି ସରକାର ମଧ୍ୟ ଏହି ବିଲକୁ ଅନୁମୋଦନ କରିଛନ୍ତି, ତା’ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ଶେଷ ଅନୁମୋଦନ ପାଇଁ ପଠାଯାଇଥିଲା। ଏଥି ସହିତ ରାଷ୍ଟ୍ରପତି ମଧ୍ୟ ତେଲେଙ୍ଗାନା ସରକାରଙ୍କ ଏକ ବିଲକୁ ଅନୁମୋଦନ ଦେଇଛନ୍ତି। ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼