ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଖୋର୍ଦ୍ଧା-ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ବସିଛି ବୈଠକ । ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରିବା ସହ କନ୍ଦଳ ଛାଡି ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର ଜେନା । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେପି ହାତରେ ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଖାତାକୁ ଯାଇଥିବାରୁ ଆଗାମୀ ନିର୍ବାଚନ ସବୁ ନିର୍ବାଚନ ମଣ୍ଡଳୀ ସମେତ ସଂସଦୀୟ କ୍ଷେତ୍ରକୁ ଫୋକସ୍ କରୁଛି ଦଳ । କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ରବୀନ୍ଦ୍ର ଜେନାଙ୍କୁ ଦଳ ଦାୟିତ୍ୱ ଦେଇଥିବା ବେଳେ ନିକଟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଶ୍ରୀମୟୀ ମିଶ୍ରଙ୍କୁ ଦେଇଛି ଦଳ ।