Masthead

ୟୁପିଏ ହେଲା ‘ଇଣ୍ଡିଆ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପରିବର୍ତ୍ତନ ହେଲା ୟୁପିଏର ନାଁ । ନୂଆ ପରିଚୟ ପାଇଲା ବିରୋଧୀଙ୍କ ମେଂଟ । ଇଣ୍ଡିଆ ନାଁରେ ମିଳିଲା ସହମତି । ବେଙ୍ଗାଳୁରୁରେ ୨୬ ରାଜନୈତିକ ଦଳର ମିଳିତ ବୈଠକରେ ନିଆଯାଇଛି ଏହି ନିଷ୍ପତି । ପ୍ରେସମିଟ ଜରିଆରେ ସୂଚନା ଦେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନଡିଏ ସହ ଲଢିବ ଇଣ୍ଡିଆ । ବଦଳିଯିବ ୟୁପିଏର ନାଁ । ବିରୋଧୀ ଗଠବନ୍ଧନର ନୂଆ ନାଁ ଇଣ୍ଡିଆନ୍ ନ୍ୟାସନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ ବା ଇଣ୍ଡିଆ । ପ୍ରଥମେ ଆରଜେଡ଼ି ତରଫରୁ ଟୁଇଟ କରିଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରେସମିଟ ଜରିଆରେ ଦେଲେ ସୂଚନା ।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ଲଢେଇ ଦେଶକୁ ବଂଚେଇବା ପାଇଁ । ବିଜେପି ବିଚାରଧାରା ବିରୋଧରେ ଲଢେଇ ।ସେପଟେ ଦେଶରେ ଘୃଣାର ମୂଳଦୁଆ ପକାଯାଉଛି କହି ବିଜେପି ତଥା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜି । ଲଢେଇ ଦଳ ପାଇଁ ନୁହେଁ ଦେଶ ପାଇଁ ହେବ ବୋଲି ମତ ବାଢିଛନ୍ତି ଉଦ୍ଧବ ଠାକରେ । ତେବେ ଆଗାମୀ ଦିନରେ ମହାରାଷ୍ଟ୍ରରେ ଇଣ୍ଡିଆକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ୧୧ ଜଣଙ୍କୁ ନେଇ ଏକ ସମନ୍ୱୟ ବୈଠକ ଆରମ୍ଭ ହେବ । ୨୦୨୪ ନେଇ ଗଢାଯିବ ରୋଡମ୍ୟାପ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର