ସରକାରଙ୍କ ଦୁର୍ନୀତି ଅଭିଯୋଗ କରି ବିରୋଧ

କଟକ (ବଡ଼ ଖବର ବ୍ୟୁରୋ): ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଏବଂ ଜନ ବିରୋଧି ନବୀନ ସରକାର ବିରୁଦ୍ଧରେ ମାହାଙ୍ଗା ବିଜେପିର ଜନ ଆକ୍ରୋଶ ସମାବେଶ । ରାଜ୍ୟର କୋଣ ଅନୁକୋଣରେ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚରମ ସୀମାରେ ପହଂଚିଛି । ଲୋକେ ବିଜେଡି ଶାସନରେ ତ୍ରାହି ତ୍ରାହି ଡାକୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳୀ, ପାଣି, ଖାଦ୍ୟ ସାମଗ୍ରୀ ଠାରୁ କୃଷି ଓ କୃଷକର ସମସ୍ୟା ସାଧାରଣ ଜନତାଙ୍କ ପାଇଁ ଉଦବେଗର କାରଣ ହୋଇଛି । ଏକ ଅଗଣତାନ୍ତ୍ରିକ ସରକାର ବିରୁଦ୍ଧରେ ଜନ ଆକ୍ରୋଶ ହୁ ହୁ ହୋଇ ବଢୁଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ରାଜରାସ୍ତାକୁ ଓହ୍ଲେଇଛି । ବ୍ଲକ ତହସିଲଦା, ଥାନା ପାଲଟିଛି ଶାସକ ବିଜୁ ଜନତା ଦଳର ପାର୍ଟି ଅଫିସ । ଗରୀବ ଲୋକଙ୍କୁ ନ୍ୟାୟ ମିଳୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲା । ଦଳୀୟ ଭିତ୍ତିରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ୟ୍ୟ କରୁଛି । ସବୁଠି ଅନ୍ୟାୟ, ସବୁଠି ଅତ୍ୟାଚାର, ଦୁର୍ନୀତି ଓ ପ୍ରିୟା ପ୍ରୀତି କାରବାର ଉଦବେଗର କାରଣ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ଡାକରାରେ ଜନ ଆକ୍ରୋଶ ଆନ୍ଦୋଳନ ଜୋରଦାର ହେବା ଦେଖିବାକୁ ମିଳିଛି । ବଣୁଆ ମହାପୁରୁଷଙ୍କ ପୀଠରୁ ଏକ ବିରାଟ ପଟୁଆରରେ ଦଳୟ ନେତା ଓ ହଜାର ହଜାର କର୍ମୀ ବ୍ଲକ ସଦର ମହକୁମା କୁଆଁପାଳ ଠାରେ ପହଂଚି ମାହାଙ୍ଗା ଡବଲ ମର୍ଡର ମାମଲାର ମାଷ୍ଟର ମାଇଣ୍ଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ଗର୍ଜିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ସ୍ଵଛ ଭାରତ ମିଶନ ନେତା ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ଯାଜ୍ଞସେନୀ ଯେନା,ମନୋରଞ୍ଜନ ନାୟକ, କନକଲତା ବେହେରା, ବିଶ୍ୱନାଥ ଜେନା, ସୂର୍ୟ୍ୟକାନ୍ତ ପଣ୍ଡା, ରଞ୍ଜିତ ବରାଳ,ପ୍ରମୁଖ ବହୁ ନେତା ସାମିଲ ହୋଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!