Masthead

ସରକାରଙ୍କ ଦୁର୍ନୀତି ଅଭିଯୋଗ କରି ବିରୋଧ

କଟକ (ବଡ଼ ଖବର ବ୍ୟୁରୋ): ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଏବଂ ଜନ ବିରୋଧି ନବୀନ ସରକାର ବିରୁଦ୍ଧରେ ମାହାଙ୍ଗା ବିଜେପିର ଜନ ଆକ୍ରୋଶ ସମାବେଶ । ରାଜ୍ୟର କୋଣ ଅନୁକୋଣରେ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚରମ ସୀମାରେ ପହଂଚିଛି । ଲୋକେ ବିଜେଡି ଶାସନରେ ତ୍ରାହି ତ୍ରାହି ଡାକୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳୀ, ପାଣି, ଖାଦ୍ୟ ସାମଗ୍ରୀ ଠାରୁ କୃଷି ଓ କୃଷକର ସମସ୍ୟା ସାଧାରଣ ଜନତାଙ୍କ ପାଇଁ ଉଦବେଗର କାରଣ ହୋଇଛି । ଏକ ଅଗଣତାନ୍ତ୍ରିକ ସରକାର ବିରୁଦ୍ଧରେ ଜନ ଆକ୍ରୋଶ ହୁ ହୁ ହୋଇ ବଢୁଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ରାଜରାସ୍ତାକୁ ଓହ୍ଲେଇଛି । ବ୍ଲକ ତହସିଲଦା, ଥାନା ପାଲଟିଛି ଶାସକ ବିଜୁ ଜନତା ଦଳର ପାର୍ଟି ଅଫିସ । ଗରୀବ ଲୋକଙ୍କୁ ନ୍ୟାୟ ମିଳୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟଲା । ଦଳୀୟ ଭିତ୍ତିରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ୟ୍ୟ କରୁଛି । ସବୁଠି ଅନ୍ୟାୟ, ସବୁଠି ଅତ୍ୟାଚାର, ଦୁର୍ନୀତି ଓ ପ୍ରିୟା ପ୍ରୀତି କାରବାର ଉଦବେଗର କାରଣ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ଡାକରାରେ ଜନ ଆକ୍ରୋଶ ଆନ୍ଦୋଳନ ଜୋରଦାର ହେବା ଦେଖିବାକୁ ମିଳିଛି । ବଣୁଆ ମହାପୁରୁଷଙ୍କ ପୀଠରୁ ଏକ ବିରାଟ ପଟୁଆରରେ ଦଳୟ ନେତା ଓ ହଜାର ହଜାର କର୍ମୀ ବ୍ଲକ ସଦର ମହକୁମା କୁଆଁପାଳ ଠାରେ ପହଂଚି ମାହାଙ୍ଗା ଡବଲ ମର୍ଡର ମାମଲାର ମାଷ୍ଟର ମାଇଣ୍ଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ଗର୍ଜିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରକାଶ ବେହେରା, ସ୍ଵଛ ଭାରତ ମିଶନ ନେତା ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ନେତ୍ରୀ ଯାଜ୍ଞସେନୀ ଯେନା,ମନୋରଞ୍ଜନ ନାୟକ, କନକଲତା ବେହେରା, ବିଶ୍ୱନାଥ ଜେନା, ସୂର୍ୟ୍ୟକାନ୍ତ ପଣ୍ଡା, ରଞ୍ଜିତ ବରାଳ,ପ୍ରମୁଖ ବହୁ ନେତା ସାମିଲ ହୋଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ