Masthead

ନବରଙ୍ଗପୁର ପାପଡ଼ାହାଣ୍ଡିରେ ଭୋଟ ବର୍ଜନ, ଚାଲିଛି ବୁଝାସୁଝା

ପାପଡାହାଣ୍ଡି/କେସିଙ୍ଗା (ବଡ଼ ଖବର ବ୍ୟୁରୋ): ଗାଁ କୁ ଭଲ ରାସ୍ତା ନଥିବା କାରଣରୁ ଭୋଟ ବର୍ଜନ କରିଲେ ଗ୍ରାମବାସୀ । ଅନେକ ଦିନରୁ ଗ୍ରାମବାସୀ ଗୁହାରି କରି ଆସୁଥିବାବେଳେ, ତାଙ୍କ ଦାବି ପୂରଣ ନହୋଇଥିବାରୁ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଫଳରେ ଖାଲି ପଡିଛି ମତଦାନ କେନ୍ଦ୍ର । ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝା ସୁଝା ଚାଲିଛି । ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ବୁଝାଉଛନ୍ତି ସ୍ଥାନୀୟ ପ୍ରଶାସାନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅଧିନସ୍ଥ ଜବାଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

କିଛିବର୍ଷ ପୂର୍ବେ ଉକ୍ତ ଗ୍ରାମକୁ ଯେଉଁ ରାସ୍ତା ଯାଇଛି ତାହାର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ରାସ୍ତାର ଅବସ୍ଥା କିନ୍ତୁ ଯେମିତି ସେସିତି । ଗ୍ରାମରେ କୌଣସି ଲୋକ ରୋଗରେ ପଡିଲେ କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ । ଏପରିକି ଖରାପ ରାସ୍ତା ସହିତ ଗୋଡ଼ି ଓ ପଥର, ମାଟି ବିଚ୍ଛୁରିତ ହୋଇ ପଡିଥିବା କାରଣରୁ ପ୍ରତିଦିନ ଲୋକମାନେ ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି ।

ଏଣୁ ଅନେକ ଥର ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିବା ସହିତ ଏଥିପାଇଁ ଅନୁଦାନ ପ୍ରଦାନ କରିବା କରାଯାଇ ରାସ୍ତା କାର୍ଯ୍ୟ ସଠିକ୍ ଭାବେ କିପରି ସମ୍ପାଦିତ ହୋଇ ପାରିବ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । କିନ୍ତୁ ଗ୍ରାମବାସୀଙ୍କ କଥାକୁ କେହି ହେଲେ କର୍ଣ୍ଣପାତ କରିନାହାନ୍ତି । ଏପରିକି ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ମଧ୍ୟ ଏମାନଙ୍କ କଥା ଶୁଣି ନାହାନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ଜବାଗୁଡ଼ା ଗ୍ରାମବାସୀ ।

ସେପଟେ କେସିଙ୍ଗା ବ୍ଲକ ବାହାଦୁର ପଦରର ୨୨୧ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ରାଜସ୍ବ ଗ୍ରାମ ମାନ୍ୟତା ଦାବି ରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ମଧ୍ୟ ଭୋଟ ବର୍ଜନ ପାଇଁ ଘୋଷଣା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସାଶନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି