Masthead

‘ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । କହିଛନ୍ତି ମୟୂରଭଞ୍ଜ, ବାଲେଶ୍ଵର ଓ କେନ୍ଦୁଝର ଅଞ୍ଚଳରେ ଓଡ୍ରାଫ ମୁତୟନ ଅଛନ୍ତି । ଓଡ୍ରାଫ ଆହୁରି ମଧ୍ୟ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। NDRF ମୁତୟନ ରହିଛନ୍ତି । ଅଗ୍ନିଶମ ବାହିନୀ ସମ୍ପୂର୍ଣ ଭାବରେ କାର୍ଯ୍ୟ କରୁଛନ୍ତି । ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି । RDC ଗ୍ରାଉଣ୍ଡରେ ଅହରହ କାର୍ଯ୍ୟ କରୁଛନ୍ତି । ଝାଡ଼ଖଣ୍ଡ ସରକାରଙ୍କ ସହ ଘନଘନ ଆଲୋଚନା କରାଯାଇଛି ।

ଘଳିଆ ଗୁଡ଼ିକୁ ନଜର ରଖିଛନ୍ତି ଜଳସମ୍ପଦ ଅଧିକାରୀ । ୭ରୁ ୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲେ ବି ତାକୁ ମୁଜି ଦିଆଯାଇଛି । ଲୋକେ ସୁରକ୍ଷିତ ଓ ନିରାପଦ ବର୍ତ୍ତମାନ ରହିଛନ୍ତି । ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଆଗୁଆ ସଙ୍କା, ଚିନ୍ତା ଓ ଭୟଭୀତ ହୁଅନ୍ତୁ ନାହିଁ । ଫସଲ ବ୍ୟାପକ ନଷ୍ଟ ହୋଇଛି । ଆପଣମାନେ କିନ୍ତୁ ଜୀବନକୁ ବାଜି ଲଗାନ୍ତୁ ନାହିଁ ସୁରକ୍ଷିତ ରୁହନ୍ତୁ । ରିଲିଫ ସେଣ୍ଟରରେ ରହିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ନିବେଦନ । ନିରାପଦ ସ୍ଥାନକୁ ଚାଲି ଆସନ୍ତୁ । ଆପଣଙ୍କର ଯାହା କ୍ଷତି ହେବ ଆମେ ବ୍ୟାପକ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ । ସ୍ଥିତି ଧୀରେ ଧୀରେ ସୁଧୁରୁଚି । କିନ୍ତୁ ଲଘୁଚାପ ଆଉ ଏକ ହେବାର ଅଛି । ବର୍ତମାନ ବର୍ଷା ବନ୍ଦ ରହିଛି ।

ସାତ ଦିନ ରନ୍ଧା ଖାଦ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଯଦି ଆବଶ୍ୟକ ପଡେ ଆହୁରି ଦେଇ ପାରିବେ । ଯାହାର ଆବଶ୍ୟକ ପଡ଼ିବ ଶୁଖିଲା ଖାଦ୍ୟ ଦିଅନ୍ତୁ । ସାପ କାମୁଡା ଆଶଙ୍କା ରହିଛି ସତର୍କ ରହିବାକୁ ହେବ । ପାଣି ଛାଡିବା ପରେ ଏଭଳି ଘଟି ପରେ ତାକୁ ନଜରରେ ରଖି ଆମେ ପ୍ରସ୍ତୁତ କରିଛୁ । ୫ହଜାର ଲୋକ ମୟୂରଭଞ୍ଜରୁ ସ୍ଥାନାନ୍ତର କରାଯାଇଛି । ବର୍ଷା ନ ହେବା କାରଣରୁ ଲୋକେ ସ୍ଥାନାନ୍ତର ହେବାକୁ ରାଜି ହେଉନାହାନ୍ତି କିନ୍ତୁ ଆମେ ଚେଷ୍ଟା ଜାରି ରଖିଛୁ । ଝାଡ଼ଖଣ୍ଡରେ ବର୍ଷା କମିଛି । ଯାହା ପାଇଁ ପରିସ୍ଥିତି ନିୟନ୍ତ୍ରଣଧୀନ ଅଛି । ବଡ ବନ୍ୟା କହିବା ଠିକ୍ ନୁହେଁ । ରାତି ଯାଏ ମୁଁ କଣ୍ଟ୍ରୋଲ ରୁମରୁ ସ୍ଥିତି ଅନୁଧ୍ୟାନ କରୁଛି । ଅଧିକାରୀ ଗ୍ରାଉଣ୍ଡରେ ଅଛନ୍ତି । ନୂଆପଡ଼ା ଓ ସୁନ୍ଦରଗଡ଼ ରେ ବର୍ଷା ହେଉଛି କିନ୍ତୁ ବନ୍ୟା ଭଳି ସ୍ଥିତି ହେବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା! 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା!