ବାଂଶପାଳରେ ମାତିଛି ହାତୀ

ବାଂଶପାଳ(ବଡ଼ ଖବର ବ୍ୟୁରୋ): ବାଂଶପାଳରେ ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢି ରେଞ୍ଜ ଅଞ୍ଚଳରେ ହାତୀ ଉବଦ୍ରବ ବଢ଼ିବାରେ ଲାଗିଛି । ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି ୧୭ଟିକିଆ ହାତୀ ପଲ । ସଞ୍ଜ ନଇଁଲେ ହାତୀପଲ ହେଉଛନ୍ତି ଗାଁ ମୁହାଁ । ଗତକାଲି ରାତି ପ୍ରାୟ ୯ଟାରେ କଲାଣ୍ଡ ପଞ୍ଚାୟାତ ଭଗତପୁର ଗ୍ରାମର ଏକର ଏକର ଧାନକ୍ଷେତ ଦଳିଚକଟି ନଷ୍ଟ କରିଦେଇଛନ୍ତି ଏହି ହାତୀପଲ । କୁଶାଗୁଡ଼ା, ଜମ୍ଭରିପଶି, ଚାନ୍ଦପଶି ଆଦି ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି । ଖାଲି ଫସଲ ନଷ୍ଟ ନୁହେଁ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ଜୀବନ ମଧ୍ୟ ବାଜିରେ ଲାଗୁଛି । ଦୁଇଦିନ ତଳେ ହାତୀ ହାବୁଡ଼ରେ ପଡ଼ି ଜମ୍ଭରିପଶି ଗ୍ରାମର ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ହାତୀପଲ ଭଗତପୁର ଗ୍ରାମ ମୁଣ୍ଡସାହିର ମଧୁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ୬ ବସ୍ତା ଧାନ ଖାଇ ସମସ୍ତ ଧାନ ବିଡ଼ା ନଷ୍ଟ କରିଛନ୍ତି । ଶସ୍ୟ ଅମଳ ସମୟରେ ହାତୀପଲଙ୍କ ଉତ୍ପାତ ଚାଷୀଙ୍କ ଚିନ୍ତାର କାରଣ ସାଜିଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ଯୋଗାଇଦେବା ସହ ହାତୀଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!